
ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନିରଥ : ଆଜି ଆଡ଼ପ ମଣ୍ଡପ ବିଜେ
ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ସୋମବାର ପହଞ୍ଚିଛନ୍ତି ତିନିରଥ। ପ୍ରଭୁଙ୍କ ଦର୍ଶନ ପାଇଁ ସେଠାରେ ଭକ୍ତଙ୍କ ଭିଡ଼ ବୃଦ୍ଧି ପାଇବାରେ ଲାଗିଛି। ଦାରୁବ୍ରହ୍ମ ରଥ ଉପରେ ବିଜେ କରିଥିବାବେଳେ ଶ୍ରଦ୍ଧାଳୁମାନେ ତଳେ ଛିଡାହୋଇ ଦର୍ଶନ କରୁଛନ୍ତି। ତିନିରଥ ଚତୁଃପାର୍ଶ୍ବରେ କର୍ଡନ କରାଯାଇଛି। ସଶସ୍ତ୍ର ପୁଲିସ ବାହିନୀ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି। ରଥ ଉପରେ ମହାପ୍ରଭୁଙ୍କ ନୀତିକାନ୍ତି କରାଯାଉଛି। ଆଜି(ମଙ୍ଗଳବାର) ସନ୍ଧ୍ୟାରେ ପ୍ରଭୁଙ୍କୁ ରଥ ଉପରୁ ପହଣ୍ଡି କରି ଆଡପ ମଣ୍ଡପରେ ବିଜେ କରାଯିବ। […]
