
ରିଲିଜ ହେଲା ଫିଲ୍ମ ‘ତେରା କ୍ୟା ହୋଗା ଲଭଲି’ର ଟ୍ରେଲର
ମୁମ୍ବାଇ : ରିଲିଜ ହେଲା ଫିଲ୍ମ ‘ତେରା କ୍ୟା ହୋଗା ଲଭଲି’ର ଟ୍ରେଲର । ବଲିଉଡ ଅଭିନେତ୍ରୀ ଇଲିଆନା ଡି’କ୍ରୁଜଙ୍କର ଆଗାମୀ ଫିଲ୍ମ ‘ତେରା କ୍ୟା ହୋଗା ଲଭଲି’ ର ଟ୍ରେଲର ରିଲିଜ ହୋଇଛି । ଯେଉଁଥିରେ ତାଙ୍କର ମସ୍ତ ମସ୍ତ ଅନ୍ଦାଜ ଦେଖିବାକୁ ମିଳିବ । କେବଳ ଏତିକି ନୁହେଁ, ଫିଲ୍ମରେ ରଣଦୀପ ହୁଡ୍ଡା ତାଙ୍କ ସହ ନଜର ଆସିଛନ୍ତି ।ସୋସିଆଲ ମିଡିଆରେ ଫିଲ୍ମର ଟ୍ରେଲର ଭାଇରାଲ ହେବାରେ ଲାଗିଛି କାରଣ ଇଲିଆନାଙ୍କ ଭିନ୍ନ ଅନ୍ଦାଜ ଏବଂ ରଣଦୀପ ହୁଡ୍ଡାଙ୍କ ହରିୟାଣୀ ଲୁକ୍ ଫ୍ୟାନ୍ସମାନଙ୍କୁ ବେଶ ପସନ୍ଦ ହୋଇଛି । ତେବେ ଏହି ଫିଲ୍ମ ଟ୍ରେଲରରେ ତ୍ବଚା ର ରଙ୍ଗ ଏବଂ ଯୌତୁକ ପ୍ରଥା ବିଷୟରେ ଦେଖାଯାଇଛି । ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ବଲୱିନ୍ଦର ସିଂ ଜାଞ୍ଜୁଆ । ଏହି ଫିଲ୍ମରେ ଇଲିଆନା ଡି’କ୍ରୁଜ, ରଣଦୀପ ହୁଡ୍ଡା ଏବଂ କରଣ କୁନ୍ଦ୍ରା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି, ଯାହାର ଟ୍ରେଲର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି ।ଟ୍ରେଲରରେ ଜଣେ ଯୁବତୀଙ୍କ କାହାଣୀ ଦେଖିବାକୁ ମିଳୁଛି, ଯିଏ ବିବାହ ପାଇଁ ବର ଖୋଜିବାର ସାମାଜିକ ଚାପ ସହିତ ସଂଘର୍ଷ କରୁଛି । ଏଥିରେ ତାଙ୍କର ତ୍ବଚାର ରଙ୍ଗ ତାଙ୍କ ବିବାହରେ ପ୍ରତିବନ୍ଧକ ସାଜୁଛି । ଯାହା ସମାଜରେ ଘଟୁଥିବା କଠୋର ବାସ୍ତବତାକୁ ପ୍ରକାଶ କରିଛି । ଅନ୍ୟପଟେ ଫିଲ୍ମର ଟ୍ରେଲରରେ ରଣଦୀପ ହୁଡ୍ଡା ଯିଏ କି ଯୌତୁକ ଦାବି କରୁଥିବା ଲୋକଙ୍କୁ ଗିରଫ କରିବାର ଦାୟିତ୍ବରେ ରହିଛନ୍ତି । ତେବେ ଫିଲ୍ମରେ ହିରୋଇନ ଏବଂ ପୋଲିସ୍ ଭୂମିକାରେ ରଣଦୀପଙ୍କ ମଧ୍ୟରେ ପ୍ରେମ କାହାଣୀ ନଜର ଆସୁଛି । କିନ୍ତୁ ଏଥିରେ ମଧ୍ୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଏହି ଫିଲ୍ମର ଟ୍ରେଲର ଦେଖିବା ପରେ ଫ୍ୟାନ୍ସ ମାନେ କହିଛନ୍ତି ଯେ, ଏହା ଏକ ପ୍ରକୃତ ପାରିବାରିକ ଫିଲ୍ମ ଅଟେ । ଏହି ଫିଲ୍ମଟି ମାର୍ଚ୍ଚ ୮ ରେ ରିଲିଜ ହେବାନେଇ ସୂଚନା ରହିଛି ।
