
ଜୀବନ ନେଲାଣି ଝାଡ଼ାବାନ୍ତି: ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି
ମୁନିଗୁଡ଼ା/ରାୟଗଡ଼ା: ଦୂଷିତ ପାଣି ଯୋଗୁ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଡିମିରିଗୁଡ଼ା ପଞ୍ଚାୟତର ଭଟାଙ୍ଗପଦର ଗାଁରେ ଝାଡ଼ାବାନ୍ତି ବ୍ୟାପିଛି। ଗତକାଲି ଏଥିରେ ଚିତ୍ର ସୁନାଙ୍କ ମୃତ୍ୟୁ ହୋଇଛି। ସେହିପରି ଦୁଇ ଗୁରୁତର ଆକ୍ରାନ୍ତ କ୍ଷିତ ସୁନା ଓ ନୁନୁଗୁଡ଼ା ସୂର୍ଯ୍ୟଙ୍କୁ ଚିକିତ୍ସା ନିମନ୍ତେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହା ବ୍ୟତୀତ ୩ଜଣ ମହିଳା ଆକ୍ରାନ୍ତ ହୋଇ ଗାଁରେ ରହି ଚିକିତ୍ସିତ ହେଉଛନ୍ତି। ଶନିବାର ୨୭ବର୍ଷୀୟ ଚିତ୍ର ସୁନା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ରବିବାର […]
