
ସ୍ଥଳଭାଗ ଗିଳୁଛି ସୁବର୍ଣ୍ଣରେଖା: ନଦୀଗର୍ଭରେ ଲୀନହେବ ଘରଦ୍ବାର
ଜଳେଶ୍ୱର: କୂଳ ଲଂଘୁଛି ସୁବର୍ଣ୍ଣରେଖା। ପ୍ରତିବର୍ଷ ସ୍ଥଳଭାଗକୁ ଗ୍ରାସ କରିଚାଲିଛି। ଏପରି ସ୍ଥିତି ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍ କୁଅଁରପୁର ଗାଁ’ରେ। ଯାହାକୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। କେତେବେଳେ ଯେ ସେମାନଙ୍କ ଘରଦ୍ବାର ନଦୀଗର୍ଭରେ ଲୀନ ହୋଇଯିବ, ସେହି ଚିନ୍ତା ସମସ୍ତଙ୍କୁ ଘାରୁଛି। କୁଆଁରପୁର ଗାଁ ପାଖ ଦେଇ ବୋହିଯାଇଛି ସୁବର୍ଣ୍ଣରେଖା। ଗତ ୫ ବର୍ଷ ହେଲା ଗତିପଥ ପରିବର୍ତ୍ତନ କରି ଏହି ନଦୀ ଗ୍ରାମର ରାଧାକାନ୍ତ ଘୋଷଙ୍କ ଘରବାଡ଼ି ନିକଟ […]
