
ଆଜି ବସିବ ତଦାରଖ କମିଟି ବୈଠକ: ସ୍ପଷ୍ଟ ହେବ ଚିତ୍ର, କେବେ ଖୋଲିବ ରତ୍ନଭଣ୍ଡାର
ପୁରୀ : ଆଜି ବସିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ତଦାରଖ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ମଙ୍ଗଳବାର ନ୍ୟାୟମୂର୍ତ୍ତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ରତ୍ନଭଣ୍ଡାର ଖୋଲିବା ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ଜିଲା କୋଷାଗାରରେ ରହିଥିବା ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ଦାଖଲ କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏହି ଚାବିରେ ଭିତର ରତ୍ନଭଣ୍ଡାର ଖୋଲାଯିବ ନା ଚାବି ଭଙ୍ଗାଯିବ ସେ ସମ୍ପର୍କରେ କମିଟି ନିଷ୍ପତ୍ତି ଗ୍ରହଣ କରିବ। ରତ୍ନଭଣ୍ଡାର ସ୍ଥିତି […]
